ଶ୍ରୀ ଭଗବାନୁବାଚ
ଅସଂଶୟଂ ମହାବାହୋ ମନୋଦୁର୍ନିଗ୍ରହଂ ଚଳମ୍ ।
ଅଭ୍ୟାସେନ ତୁ କୌନ୍ତେୟ ବୈରାଗ୍ୟେଣ ଚ ଗୃହ୍ୟତେ ।।୩୫।।

ଶ୍ରୀ ଭଗବାନ ଉବାଚ - ପରମପୁରୁଷ ଭଗବାନ କହିଲେ: ଅସଂଶୟଂ - ନିଃସନ୍ଦେହ ଭାବରେ; ମହାବାହୋ - ହେ ପରମଶକ୍ତିଶାଳୀ ଅର୍ଜୁନ; ମନଃ- ମନ; ଦୁର୍ନିଗ୍ରହଂ -ଦମନ କରିବା କଷ୍ଟ; ଚଳମ୍ -ଅସ୍ଥିର; ଅଭ୍ୟାସେନ - ଅଭ୍ୟାସଦ୍ୱାରା; ତୁ-କିନ୍ତୁ; କୌନ୍ତେୟ - ହେ କୁନ୍ତିପୁତ୍ର; ବୈରାଗ୍ୟେଣ - ବୈରାଗ୍ୟଦ୍ୱାରା; ଚ-ଏବଂ; ଗୃହ୍ୟତେ - ସଂଯତ କରାଯାଇପାରେ ।

ଅନୁବାଦ

BG 6.35: ଭଗବାନ ଶ୍ରୀକୃଷ୍ଣ କହିଲେ: ହେ ମହାବାହୁ କୁନ୍ତୀ ପୁତ୍ର! ତୁମେ ଯାହା କହୁଛ, ତାହା ସତ୍ୟ ଅଟେ; ପ୍ରକୃତରେ ମନକୁ ବଶ କରିବା ଅତ୍ୟନ୍ତ କଷ୍ଟକର । କିନ୍ତୁ ଅଭ୍ୟାସ ଏବଂ ବୈରାଗ୍ୟ ଦ୍ୱାରା ତାହାକୁ ନିୟନ୍ତ୍ରଣ କରାଯାଇ ପାରିବ ।

ଭାଷ୍ୟ

ଶ୍ରୀକୃଷ୍ଣ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ, ତାଙ୍କୁ ମହାବାହୁ ବା ବୀର ବୋଲି ସମ୍ବୋଧନ କରିଛନ୍ତି । ସେ କହିବାକୁ ଚାହୁଁଛନ୍ତି,  “ହେ ଅର୍ଜୁନ! ତୁମେ ଅତି ପରାକ୍ରମୀ ଯୋଦ୍ଧାମାନଙ୍କୁ ଯୁଦ୍ଧରେ ପରାସ୍ତ କରିଛ । ତୁମେ କ’ଣ ଏହି ମନକୁ ପରାସ୍ତ କରିପାରିବ ନାହିଁ?

ଶ୍ରୀକୃଷ୍ଣ ଏହା କହି ସମସ୍ୟାଟିକୁ ଅସ୍ୱୀକାର କରୁନାହାନ୍ତି ଯେ “ଅର୍ଜୁନ, ତୁମେ ଏପରି ଅଯୌକ୍ତିକ କଥା କାହିଁକି କହୁଛ? ମନକୁ ଅତି ସହଜରେ ବଶୀଭୂତ କରିହେବ ।” ବରଂ ସେ ଅର୍ଜୁନଙ୍କ କଥାରେ ସମ୍ମତି ପ୍ରକାଶ କରୁଛନ୍ତି ଯେ ବାସ୍ତବରେ ମନକୁ ବଶ କରିବା ଅତ୍ୟନ୍ତ କଠିନ । କିନ୍ତୁ ସଂସାରରେ କୌଣସି ଜିନିଷ ହାସଲ କରିବାକୁ ହେଲେ, ଅନେକ କଷ୍ଟ କରିବାକୁ ପଡିଥାଏ । ତଥାପି ଆମେ ନିରାଶ ନ ହୋଇ ଆଗକୁ ବଢ଼ିଥାଉ । ଉଦାହରଣ ସ୍ୱରୂପ, ନାବିକମାନେ ଜାଣିଥାନ୍ତି ଯେ, ସମୁଦ୍ରରେ ବିପଦପୂର୍ଣ୍ଣ ଏବଂ ଭୟଙ୍କର ତୋଫାନର ସମ୍ଭାବନା ରହିଅଛି । ତଥାପି, ବିପଦର ଆଶଙ୍କାରେ ସେମାନେ ସମୁଦ୍ର କୂଳରେ ବସି ରହନ୍ତି ନାହିଁ । ସୁତରାଂ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ ମନକୁ ବୈରାଗ୍ୟ ଏବଂ ଅଭ୍ୟାସ ଦ୍ୱାରା ବଶୀଭୂତ କରିହେବ ।

ବୈରାଗ୍ୟର ଅର୍ଥ ଅନାସକ୍ତି । ମନ, ଯେଉଁ ବସ୍ତୁରେ ଆସକ୍ତ ଥାଏ ବା  ପୂର୍ବରୁ ଯେଉଁ ଦିଗକୁ ଧାଇଁବାରେ ଅଭ୍ୟସ୍ତ ଥାଏ, ସେହି ବସ୍ତୁ ଆଡ଼କୁ ବା ସେହି ଦିଗକୁ ସ୍ୱତଃ ଧାଇଁଥାଏ । ତେଣୁ ଆସକ୍ତି ଦୂର କରିବା ଦ୍ୱାରା, ମନର ଅନାବଶ୍ୟକ ଭାବେ ଇତସ୍ତତଃ ହେବା ବନ୍ଦ ହୋଇଯାଏ ।

ଅଭ୍ୟାସର ଅର୍ଥ ବାରମ୍ବାର କରିବା; ପୁରୁଣା ଅଭ୍ୟାସ ଦୂର କରି ନୂତନ ଅଭ୍ୟାସ ସୃଷ୍ଟି କରିବା ପାଇଁ ଏକ ନିଷ୍ଠାପର ପ୍ରୟାସ । ସାଧକମାନଙ୍କ ପାଇଁ ଅଭ୍ୟାସ ଅତ୍ୟନ୍ତ ଆବଶ୍ୟକ ଅଟେ । ମାନବିକ ପ୍ରୟାସର ପ୍ରତ୍ୟେକ କ୍ଷେତ୍ରରେ, ନିପୁଣତା ଏବଂ ଉତ୍କର୍ଷତାର ଦ୍ୱାର ଖୋଲିବା ପାଇଁ ଅଭ୍ୟାସ ହିଁ ଚାବିକାଠି ଅଟେ । ଟାଇପ୍ କରିବା ପରି ଏକ ଛୋଟ କାମକୁ ଉଦାହରଣ ଭାବରେ ନିଅନ୍ତୁ । ଜଣେ ବ୍ୟକ୍ତି ଯେତେବେଳେ ପ୍ରଥମଥର ଟାଇପ୍ କରିବାକୁ ଆରମ୍ଭ କରେ, ସେ ମିନିଟ୍‌କୁ ଗୋଟିଏ ଶବ୍ଦ ଟାଇପ୍ କରିଥାଏ । କିନ୍ତୁ, ଗୋଟିଏ ବର୍ଷ ଅଭ୍ୟାସ କଲା ପରେ, ତାଙ୍କର ଆଙ୍ଗୁଠି ତୀବ୍ର ବେଗରେ ମିନିଟ୍‌କୁ ଅଶୀ ଶବ୍ଦ ଟାଇପ୍ କରି ପାରିଥାଏ । ଏହି କୁଶଳତା କେବଳ ଅଭ୍ୟାସ ଦ୍ୱାରା ଆସିଥାଏ । ସେହିପରି, ଅଭ୍ୟାସ ଦ୍ୱାରା ହିଁ ଅବାଧ୍ୟ ଓ ଅଶାନ୍ତ ମନକୁ, ଭଗବାନଙ୍କ ଚରଣ କମଳର ଆଶ୍ରିତ କରାଯାଇ ପାରିବ । ମନକୁ ସଂସାରଠାରୁ ହଟାଇବା - ଏହା ବୈରାଗ୍ୟ ଏବଂ ମନକୁ ଭଗବାନଙ୍କଠାରେ ଆସକ୍ତ କରାଇବା- ଏହା ଅଭ୍ୟାସ ଅଟେ । ମହର୍ଷି ପତଞ୍ଜଳି ମଧ୍ୟ ସେହି କଥା କହନ୍ତି:

ଅଭ୍ୟାସ ବୈରାଗ୍ୟାଭ୍ୟାଂ ତନ୍ନିରୋଧଃ (ଯୋଗଦର୍ଶନ ୧.୧୨)

“ମନର ଚଞ୍ଚଳତା ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency