ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା ।
ମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି ତେ ।।୧୪।।

ଦୈବୀ- ଦୈବୀ; ହି -ନିଶ୍ଚିତଭାବେ; ଏଷା- ଏହି; ଗୁଣମୟୀ -ତ୍ରିଗୁଣମୟୀ; ମମ- ମୋର; ମାୟା -ମାୟା ଶକ୍ତି; ଦୁରତ୍ୟୟା - ଅତିକ୍ରମ କରିବା ବଡ଼ କଠିନ; ମାଂ - ମୋତେ; ଏବ - ନିଶ୍ଚିତଭାବେ; ଯେ -ଯେଉଁମାନେ; ପ୍ରପଦ୍ୟନ୍ତେ- ଶରଣାଗତ ହୁଅନ୍ତି; ମାୟାଂ-ଏତାଂ - ଏହି ମାୟା ଶକ୍ତିକୁ; ତରନ୍ତି - ଅତିକ୍ରମ କରିଯା’ନ୍ତି; ତେ - ସେମାନେ ।

ଅନୁବାଦ

BG 7.14: ପ୍ରକୃତିର ତ୍ରିଗୁଣାତ୍ମିକା ମୋର ଦିବ୍ୟଶକ୍ତି ମାୟାକୁ ଜୟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ । ଯେଉଁମାନେ ମୋର ଶରଣାଗତ ହୁଅନ୍ତି, ସେମାନେ ସହଜରେ ଏହାକୁ ଅତିକ୍ରମ କରି ନିଅନ୍ତି ।

ଭାଷ୍ୟ

କେହି କେହି ମାୟା ଶକ୍ତିକୁ ମିଥ୍ୟା (ଅସ୍ତିତ୍ୱହୀନ) ଅଭିହିତ କରିଥାଆନ୍ତି । ସେମାନେ କହନ୍ତି, ଆମର ଅଜ୍ଞାନତା ଯୋଗୁଁ ଆମେ ଏହାକୁ ଅନୁଭବ କରିଥାଉ । ଆମେ ଯଦି ଜ୍ଞାନଯୁକ୍ତ ହୋଇଯିବା, ତେବେ ଆମ ପାଇଁ ମାୟା ଅସ୍ତିତ୍ୱହୀନ ହୋଇଯିବ । ସେମାନେ ଯୁକ୍ତି କରନ୍ତି ଯେ, ଭ୍ରମ ଦୂର ହୋଇଗଲେ ଆମେ ବୁଝିପାରିବା, ଜୀବ ନିଜେ ହିଁ ଅନ୍ତିମ ସତ୍ୟ ଅଟେ । କିନ୍ତୁ ଭଗବତ୍ ଗୀତାର ଏହି ଶ୍ଲୋକ ଏପରି ସିଦ୍ଧାନ୍ତକୁ ଖଣ୍ଡନ କରୁଛି । ଶ୍ରୀକୃଷ୍ଣ କହୁଛନ୍ତି ଯେ, ମାୟା ଭ୍ରମ ନୁହେଁ; ଏହା ଭଗବାନଙ୍କର ଏକ ଶକ୍ତି ଅଟେ । ଶ୍ୱେତାଶ୍ୱତର ଉପନିଷଦ ମଧ୍ୟ କହିଥାଏ:

ମାୟାଂ ତୁ ପ୍ରକୃତିଂ ବିଦ୍ୟାନ୍‌ମାୟିନଂ ତୁ ମହେଶ୍ୱରମ୍ (୪.୧୦)

“ମାୟା ଶକ୍ତି (ପ୍ରକୃତି) ଅଟେ ଏବଂ ଭଗବାନ ଶକ୍ତିମାନ ଅଟନ୍ତି” । ରାମାୟଣ କହୁଛି:

ସୋ ଦାସୀ ରଘୁବୀର କି ସମୁଝେଁ ମିଥ୍ୟା ସୋପି

“ଅନେକ ବ୍ୟକ୍ତି ଭାବନ୍ତି ମାୟା ମିଥ୍ୟା (ଅସ୍ତିତ୍ୱହୀନ) ଅଟେ । କିନ୍ତୁ ପ୍ରକୃତପକ୍ଷେ ଏହା ଏକ ଶକ୍ତି ଅଟେ ଯାହା ଭଗବାନଙ୍କ ସେବାରେ ନିୟୋଜିତ ରହିଥାଏ ।”

ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ମାୟାକୁ ଅତିକ୍ରମ କରିବା ଅତ୍ୟନ୍ତ କଷ୍ଟକର, କାରଣ ଏହା ତାଙ୍କର ଶକ୍ତି ଅଟେ । ଯଦି କିଏ ମାୟାକୁ ଜୟ କରିପାରିଛି, ତା’ର ଅର୍ଥ ସେ ଭଗବାନଙ୍କୁ ଜୟ କରିପାରିଛି । ଯେହେତୁ କେହି ଭଗବାନଙ୍କୁ ପରାସ୍ତ କରିପାରିବେ ନାହିଁ, ତେଣୁ ସେ ମାୟାକୁ ମଧ୍ୟ ପରାସ୍ତ କରି ପାରିବେ ନାହିଁ । ମନ ମାୟାଦ୍ୱାରା ଗଠିତ, ସେଥିପାଇଁ କୌଣସି ଯୋଗୀ, ଜ୍ଞାନୀ, ତପସ୍ୱୀ କିମ୍ବା କର୍ମୀ ମନକୁ ,କେବଳ ନିଜ ଉଦ୍ୟମରେ, ସଫଳତାର ସହ ବଶ କରିପାରନ୍ତି ନାହିଁ ।

ତାପରେ ଅର୍ଜୁନ ପଚାରି ପାରନ୍ତି “ମୁଁ କିପରି ମାୟାକୁ ଜୟ କରିବି?” ଶ୍ଲୋକର ଦ୍ୱିତୀୟ ପଂକ୍ତିରେ ଶ୍ରୀକୃଷ୍ଣ ଏହାର ଉତ୍ତର ଦେଉଛନ୍ତି । ସେ କହୁଛନ୍ତି, “ଅର୍ଜୁନ, ତୁମେ ଯଦି ମୋର ଶରଣାଗତ ହୋଇଯିବ, ତାହେଲେ କୃପା କରି ମୁଁ ତୁମକୁ ଭବସାଗରର ଆରପାରିକୁ ନେଇଯିବି । ମୁଁ ମାୟାକୁ ଇଶାରା କରିଦେବି, “ହେ ମାୟା! ଏହି ଜୀବ ଏବେ ମୋର ହୋଇଯାଇଛି, ଦୟାକରି ତାକୁ ଛାଡି ଦିଅ ।” ଭଗବାନଙ୍କଠାରୁ ନିର୍ଦ୍ଦେଶ ପାଇ, ମାୟା ଶକ୍ତି ଖୁବ୍ ଶୀଘ୍ର ସେପରି ଜୀବକୁ ତା’ର ବନ୍ଧନରୁ ମୁକ୍ତ କରିଦିଏ । ମାୟା କହେ, “ମୋର କାର୍ଯ୍ୟ କେବଳ ଏତିକି - ଜୀବ ଭଗବାନଙ୍କ ଚରଣରେ ଶରଣାଗତ ହେବା ପର୍ଯ୍ୟନ୍ତ, ତାକୁ କଷ୍ଟ ପ୍ରଦାନ କରିବା । ଯେହେତୁ ଏହି ଜୀବ ଭଗବାନଙ୍କ ଶରଣରେ ଆସି ଯାଇଛି, ମୋର କାର୍ଯ୍ୟ ସମାପ୍ତ ।”

ଦୈନନ୍ଦିନ ଜୀବନର ଏକ ଉଦାହରଣରୁ ଏହାକୁ ବୁଝିବା । ଚିନ୍ତା କରନ୍ତୁ ଯେ, ଆପଣଙ୍କ ବନ୍ଧୁଙ୍କୁ ସାକ୍ଷାତ କରିବା ପାଇଁ, ଆପଣ ତାଙ୍କ ଫାଟକ ପାଖରେ ପହଞ୍ôଚଲେ । ଫାଟକରେ ଏକ ଫଳକ ଥିଲା ଯେଉଁଠି “କୁକୁର ପ୍ରତି ସାବଧାନ” ଲେଖାଥିଲା । ତାଙ୍କର ପୋଷା ଜର୍ମାନ ସେଫର୍ଡ଼ ଏକ ପ୍ରଶିକ୍ଷିତ ଜଗୁଆଳି ପରି ବଗିଚାରେ ଛିଡ଼ା ହୋଇଛି, ଏବଂ ଭୟଙ୍କର ଭାବରେ ଆପଣଙ୍କ ଆଡ଼କୁ ଚାହିଁ ଗର୍ଜନ କରୁଛି । ଆପଣ ଘରର ପଛ ଫାଟକ ଆଡ଼କୁ ଗଲେ । କିନ୍ତୁ ଅନ୍ୟ ଏକ ଆଲସିସିଆନ ଦୌଡ଼ି ଆସି ଜୋରରେ ଭୁକିବାକୁ ଲାଗିଲା, ସତେ ଯେମିତି ସେ ଆପଣଙ୍କୁ ଜଣାଇ ଦେଉଥିଲା ଯେ, “ମୁଁ ଦେଖୁଛି, ତୁମେ ଏହି ଘରକୁ ପଶିବାର ସାହାସ କରୁଛ କେମିତି?” ଅନ୍ୟ ଉପାୟ ନପାଇ ଆପଣ ଆପଣଙ୍କ ବନ୍ଧୁକୁ ଡ଼ାକିଲେ । ସେ ଘରୁ ବାହାରକୁ ଆସି ଦେଖିଲେ, କୁକୁର ମାନେ ଆପଣଙ୍କୁ ହଇରାଣ କରୁଛନ୍ତି । ସେ ପାଟି କଲେ, “ନା ସ୍ମୋକି, ଆସ ଏଇଠି ବସ ।” କୁକୁରଟି ତତ୍‌କ୍ଷଣାତ୍ ଶାନ୍ତ ହୋଇ ତା ମାଲିକଙ୍କ ପାଖରେ ଆସି ବସିପଡ଼ିଲା । ବର୍ତ୍ତମାନ ଆପଣ ନିର୍ଭୟରେ ଫାଟକ ଖୋଲି ଭିତରକୁ ଆସିଲେ । ସେହିପରି, ଆମକୁ କଷ୍ଟ ଦେଉଥିବା ମାୟାଶକ୍ତି ଭଗବାନଙ୍କର ଅନୁଚର ଅଟେ । ନିଜ ଉଦ୍ୟମରେ ଆମେ ତାକୁ ଅତିକ୍ରମ କରିପାରିବା ନାହିଁ । ଏହାକୁ ପାର କରିବାର ଉପାୟ କେବଳ ଭଗବାନଙ୍କର ଶରଣାଗତି ଅଟେ । ଏହା ଏହି ଶ୍ଲୋକରେ ଦୃଢ଼ତାପୂର୍ବକ କୁହାଯାଇଛି । ଯଦି ଆମେ ଭଗବାନଙ୍କର ଶରଣାଗତି କରି, ଏତେ ସହଜରେ ମାୟାକୁ ପରାଭୂତ କରିପାରିବା, ତେବେ ଲୋକମାନେ ତାଙ୍କର ଶରଣାଗତ ହେଉ ନାହାନ୍ତି କାହିଁକି? ଶ୍ରୀକୃଷ୍ଣ ପରବର୍ତ୍ତୀ ଶ୍ଲୋକରେ ଏହାକୁ ବୁଝାଇଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency