ନାହଂ ପ୍ରକାଶଃ ସର୍ବସ୍ୟ ଯୋଗମାୟାସମାବୃତଃ ।
ମୂଢ଼ୋଽୟଂ ନାଭିଜାନାତି ଲୋକୋ ମାମଜମବ୍ୟୟମ୍ ।।୨୫।।

ନ-ନୁହେଁ; ଅହଂ-ମୁଁ; ପ୍ରକାଶଃ - ପ୍ରକାଶିତ; ସର୍ବସ୍ୟ - ସମସ୍ତଙ୍କ ପାଖରେ; ଯୋଗମାୟା -ଭଗବାନଙ୍କର ସର୍ବୋଚ୍ଚ ଶକ୍ତି; ସମାବୃତଃ - ଆଚ୍ଛାଦିତ; ମୂଢ଼ଃ - ନିର୍ବୋଧ; ଅଜ୍ଞାନ; ଅୟଂ-ଏହା; ନ -ନୁହେଁ; ଅଭିଜାନାତି - ଜାଣନ୍ତି; ଲୋକଃ - ଏ ପ୍ରକାର ଅଳ୍ପବୁଦ୍ଧିସମ୍ପନ୍ନ ଲୋକେ; ମାଂ - ମୋତେ; ଅଜଂ -ଅଜନ୍ମା; ଅବ୍ୟୟମ୍ - ଅବ୍ୟୟ (ଅଚ୍ୟୁତ) ।

ଅନୁବାଦ

BG 7.25: ମୋର ଦିବ୍ୟ ସ୍ୱରୂପ ଯୋଗମାୟା ଶକ୍ତି ଦ୍ୱାରା ଆବୃତ ହୋଇଥିବା କାରଣରୁ ସମସ୍ତଙ୍କୁ ଦୃଶ୍ୟମାନ ହୁଏ ନାହିଁ । ତେଣୁ ଅଜ୍ଞାନୀ ବ୍ୟକ୍ତିମାନେ ଜାଣନ୍ତି ନାହିଁ ଯେ ମୁଁ ଅଜନ୍ମା ଏବଂ ଅପରିବର୍ତ୍ତନୀୟ ଅଟେ ।

ଭାଷ୍ୟ

ଶ୍ଲୋକ ୭.୪ ଏବଂ ୭.୫ରେ ନିଜର ଦୁଇଟି ଶକ୍ତି ବିଷୟରେ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କର ତୃତୀୟ ଶକ୍ତି- ଯୋଗମାୟା ବିଷୟରେ ପ୍ରକାଶ କରୁଛନ୍ତି । ଏହା ତାଙ୍କର ପରା ଶକ୍ତି । ବିଷ୍ଣୁ ପୁରାଣ କହେ:

ବିଷ୍ଣୁ ଶକ୍ତିଃ ପରା ପ୍ରୋକ୍ତା, କ୍ଷେତ୍ରଜ୍ଞାଖ୍ୟା ତଥାଽପରା ।
ଅବିଦ୍ୟା କର୍ମ ସଂଜ୍ଞାନ୍ୟା ତୃତୀୟା ଶକ୍ତିରିଷ୍ୟତେ (୬.୭.୬୧)

“ପରମ ପୁରୁଷ ଶ୍ରୀବିଷ୍ଣୁଙ୍କର ତିନୋଟି ମୁଖ୍ୟ ଶକ୍ତି ରହିଛି- ଯୋଗମାୟା, ମାୟା ଏବଂ ଜୀବ ।”

ଜଗଦ୍‌ଗୁରୁ ଶ୍ରୀକୃପାଳୁଜୀ ମହାରାଜ କହନ୍ତି:

ଶକ୍ତିମାନ କୀ ଶକ୍ତିୟାଁ, ଅଗନିତ ଯଦପି ବଖାନ ।
ତିନି ମହଁ ‘ମାୟା’, ‘ଜୀବ’ ଅରୁ, ‘ପରା’ ତ୍ରିଶକ୍ତି ପ୍ରଧାନ । । (ଭକ୍ତିଶତକ, ଦୋହା ୩)

“ସର୍ବଶକ୍ତିମାନ ଶ୍ରୀକୃଷ୍ଣଙ୍କର ଅସଂଖ୍ୟ ଶକ୍ତି ରହିଛି । ତନ୍ମଧ୍ୟରୁ ମାୟା, ଜୀବ ଏବଂ ଯୋଗମାୟା ପ୍ରମୁଖ ଅଟନ୍ତି ।”

ଦିବ୍ୟଶକ୍ତି ଯୋଗମାୟା, ଭଗବାନଙ୍କର ସର୍ବଶ୍ରେଷ୍ଠ ଶକ୍ତି ଅଟେ । ଏହାର ପ୍ରଭାବରେ ସେ ତାଙ୍କର ଦିବ୍ୟଲୀଳା, ଦିବ୍ୟ ପ୍ରେମାନନ୍ଦ ଏବଂ ଦିବ୍ୟ ଲୋକର ପରିପ୍ରକାଶ କରନ୍ତି । ସେହି ଯୋଗମାୟା ଶକ୍ତି ଦ୍ୱାରା, ଭଗବାନ ପୃଥିବୀ ପୃଷ୍ଠରେ ଅବତରିତ ହୋଇ ତାଙ୍କର ଦିବ୍ୟଲୀଳା ପ୍ରକଟ କରିଥାଆନ୍ତି । ସେହି ଯୋଗମାୟା ଶକ୍ତି ଦ୍ୱାରା ସେ ଆମଠାରୁ ନିଜକୁ ଆବୃତ କରି ରଖିଥାଆନ୍ତି । ଭଗବାନ ଆମ ହୃଦୟରେ ବସିଥିଲେ ମଧ୍ୟ ଆମେ ତାହା ଅନୁଭବ କରିପାରେନାହିଁ । ଆମେ ତାଙ୍କର ଦିବ୍ୟ ଦର୍ଶନ ପ୍ରାପ୍ତ କରିବା ନିମନ୍ତେ ଯୋଗ୍ୟ ହେବା ପର୍ଯ୍ୟନ୍ତ, ଯୋଗମାୟା ତାଙ୍କର ଦିବ୍ୟତା ଆମଠାରୁ ଗୁପ୍ତ ରଖନ୍ତି । ସେଥିପାଇଁ ତାଙ୍କୁ ସାକାର ରୂପରେ ଦେଖିଲେ ମଧ୍ୟ, ଆମେ ତାଙ୍କୁ ଭଗବାନ ଭାବରେ ଚିହ୍ନିପାରିବା ନାହିଁ । ସେହି ଯୋଗମାୟା ଶକ୍ତି ଦ୍ୱାରା ସେ ଯେତେବେଳେ ଆମକୁ ତାଙ୍କ କୃପାରେ ଅନୁଗୃହୀତ କରିବେ, ସେତେବେଳେ ହିଁ ଦିବ୍ୟ ଦୃଷ୍ଟି ଦ୍ୱାରା ଆମେ ଭଗବାନଙ୍କୁ ଦେଖି ପାରିବା ଏବଂ ଚିହ୍ନିପାରିବା ।

ଚିଦାନନ୍ଦମୟ ଦେହ ତୁହ୍ମାରୀ, ବିଗତ ବିକାର ଜାନ ଅଧିକାରୀ (ରାମାୟଣ)

“ହେ ପ୍ରଭୁ, ଆପଣଙ୍କର ରୂପ ଦିବ୍ୟ-ଚିନ୍ମୟ ଅଟେ । କେବଳ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ହୋଇ ଯାଇଥାଏ, ସେମାନେ ଆପଣଙ୍କ କୃପା ଦ୍ୱାରା ଆପଣଙ୍କୁ ଜାଣିପାରନ୍ତି ।”

ଯୋଗମାୟା ଶକ୍ତି ଉଭୟ ନିରାକାର ତଥା ସାକାର ଅଟେ । ରାଧା, ସୀତା, ଦୁର୍ଗା, କାଳୀ, ଲକ୍ଷ୍ମୀ ପାର୍ବତୀ ଇତ୍ୟାଦି ଯୋଗମାୟା ଶକ୍ତିର ସାକାର ସ୍ୱରୂପ ଅଟନ୍ତି, ଯେଉଁମାନଙ୍କୁ ବୈଦିକ ସଂସ୍କୃତିରେ ଜଗତ ଜନନୀ ରୂପରେ ସମ୍ମାନିତ କରାଯାଇଥାଏ । ସେମାନେ କୋମଳତା, ସହାନୁଭୂତି, କ୍ଷମା, ଦୟା ଏବଂ ଅକାରଣ କରୁଣା ଇତ୍ୟାଦି ମାତୃ ସୁଲଭ ଗୁଣ ପ୍ରକାଶିତ କରିଥାନ୍ତି । ଆମ ପାଇଁ ସର୍ବାଧିକ ମୂଲ୍ୟବାନ ଏହା ଯେ ସେମାନେ ଜୀବ ଉପରେ କୃପା ବୃଷ୍ଟି କରି ତାକୁ ଦିବ୍ୟ ଜ୍ଞାନ ପ୍ରଦାନ କରିଥାନ୍ତି, ଯଦ୍ୱାରା ଜୀବ ଭଗବାନଙ୍କୁ ଜାଣି ପାରିବ । ସେଥିପାଇଁ ବୃନ୍ଦାବନର ଭକ୍ତମାନେ ଗୀତ ଗାଇଥାନ୍ତି “ରାଧେ ରାଧେ, ଶ୍ୟାମ ସେ ମିଲା ଦେ”, ହେ ରାଧେ! କୃପା କରି ଆପଣ ମୋତେ ଶ୍ରୀକୃଷ୍ଣଙ୍କ ସହିତ ମିଳିତ ହେବାରେ ସାହାଯ୍ୟ କରନ୍ତୁ ।

ଯୋଗମାୟା ଉଭୟ କାର୍ଯ୍ୟ କରିଥାଏ - ଅନଧିକାରୀ ଜୀବଙ୍କ ଠାରୁ ଭଗବାନଙ୍କୁ ଘୋଡ଼ାଇ ରଖିଥାଏ ଏବଂ ଶରଣାଗତ ଜୀବଙ୍କୁ କୃପା ପ୍ରଦାନ କରିଥାଏ, ଯଦ୍ୱାରା ସେମାନେ ଭଗବାନଙ୍କୁ ଜାଣିପାରନ୍ତି । ଯେଉଁମାନେ ଭଗବାନଙ୍କ ଆଡ଼କୁ ପଛ କରି ରହିଥାଆନ୍ତି, ସେମାନେ ମାୟାର କବଳିତ ହେବା ସହିତ ଯୋଗମାୟାଙ୍କ କୃପାରୁ ବଞ୍ôଚତ ରହିଥାଆନ୍ତି । ଯେଉଁମାନେ ଭଗବାନଙ୍କର ସମ୍ମୁଖ ହୋଇଯାଆନ୍ତି, ସେମାନେ ଯୋଗମାୟାଙ୍କର ଆଶ୍ରୟରେ ରହି ମାୟାରୁ ମୁକ୍ତ ହୁଅନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency