ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବ ଚ ।
ଅହଂକାର ଇତୀୟଂ ମେ ଭିନ୍ନା ପ୍ରକୃତିରଷ୍ଟଧା ।।୪।।

ଭୂମିଃ - ଭୂମି; ଆପଃ - ଜଳ; ଅନଳଃ - ଅଗ୍ନି; ବାୟୁଃ - ବାୟୁ; ଖଂ - ଆକାଶ; ମନଃ - ମନ; ବୁଦ୍ଧିଃ - ବୁଦ୍ଧି; ଏବ - ନିଶ୍ଚିତଭାବେ; ଚ - ଏବଂ; ଅହଂକାରଃ - ଅହଙ୍କାର; ଇତି - ଏହିପରି; ଇୟଂ -ସମସ୍ତେ; ମେ- ମୋର; ଭିନ୍ନା -ଉପାଦାନ; ପ୍ରକୃତିଃ -ଶକ୍ତି; ଅଷ୍ଟଧା - ସମୁଦାୟ ଆଠ ।

ଅନୁବାଦ

BG 7.4: ପୃଥିବୀ, ଜଳ, ତେଜ, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଂକାର - ଏସବୁ ମୋ ମାୟା ଶକ୍ତିର ଆଠଟି ଉପାଦାନ ଅଟନ୍ତି ।

ଭାଷ୍ୟ

ଯେଉଁ ମାୟାଶକ୍ତିରେ ଏହି ସଂସାର ଗଠିତ, ତାହା ଅତ୍ୟନ୍ତ ଜଟିଳ ଏବଂ ଅମାପ ଅଟେ । ଏହାର ଶ୍ରେଣୀ ବିଭାଜନ କରି, ଆମର ସୀମିତ ବୁଦ୍ଧିରେ, ଏହାକୁ ସାମାନ୍ୟ ବୋଧଗମ୍ୟ କରାଯାଇ ପାରିବ । କିନ୍ତୁ ପ୍ରତ୍ୟେକ ବିଭାଗର ଅନେକ ଉପ ବିଭାଗ ମଧ୍ୟ ରହିଛି । ଆଧୁନିକ ବିଜ୍ଞାନ ଦ୍ୱାରା ବ୍ୟବହୃତ ଶ୍ରେଣୀ ବିଭାଜନ ପ୍ରଣାଳୀରେ ତତ୍ତ୍ୱକୁ ଉପାଦାନ ମାନଙ୍କର ସମଷ୍ଟି ପଦାର୍ଥ ଭାବରେ ଗ୍ରହଣ କରାଯାଇ ଥାଏ । ଅଦ୍ୟାବଧି, ୧୧୮ଟି ଉପାଦାନ ଆବିଷ୍କୃତ ହୋଇ “ପିରିୟଡ଼ିକ୍ ଟେବୁଲ୍‌” (ଚରକ୍ସସକ୍ଟୟସମ ଗ୍ଧବଭକ୍ଷର)ର ଅନ୍ତର୍ଭୁକ୍ତ କରାଯାଇଅଛି । ଭଗବତ୍ ଗୀତା ଏବଂ ବୈଦିକ ସିଦ୍ଧାନ୍ତରେ କରାଯାଇଥିବା ଶ୍ରେଣୀ ବିଭାଜନ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏଥିରେ ବସ୍ତୁକୁ ‘ପ୍ରକୃତି’ ବା ଭଗବାନଙ୍କର ଶକ୍ତି ରୂପେ ଦର୍ଶାଯାଇଅଛି । ଏହା ଆଠ ପ୍ରକାରର ଅଟେ, ଯାହାର ବର୍ଣ୍ଣନା ଏହି ଶ୍ଲୋକରେ କରାଯାଇଅଛି । ବିଗତ ଶତାବ୍ଦିର ଆଧୁନିକ ବିଜ୍ଞାନର ବିକାଶ ପରିପ୍ରେକ୍ଷୀରେ ବିଚାର କଲେ, ଆମେ ଜାଣିପାରିବା ଏହି ତଥ୍ୟ କେତେ ଚମତ୍କାର ଭାବରେ ଅନ୍ତର୍ଦୃଷ୍ଟି ପୂର୍ଣ୍ଣ ଅଟେ ।

୧୯୦୫ ମସିହାରେ ଆର୍ଲବଟ୍ ଆଇନଷ୍ଟାଇନ୍ ତାଙ୍କର ‘ଅନସ୍ ମିରାବିଲିସ୍‌’ (ଇଦ୍ଭଦ୍ଭଙ୍କଗ୍ଦ ଗସକ୍ସବଭସକ୍ଷସଗ୍ଦ) ସନ୍ଦର୍ଭରେ ‘ବସ୍ତୁ ଶକ୍ତି ସମୀକରଣ’ (ଗବଗ୍ଦଗ୍ଦ-ଋଦ୍ଭରକ୍ସଶଚ୍ଚ ଋକ୍ତଙ୍କସଙ୍ଖବକ୍ଷରଦ୍ଭମର) ସିଦ୍ଧାନ୍ତର ଉପସ୍ଥାପନା କରି ଦର୍ଶାଇ ଥିଲେ ଯେ, କୌଣସି ବସ୍ତୁଠାରେ ଶକ୍ତିରେ ପରିବର୍ତ୍ତନ ହେବାର କ୍ଷମତା ରହିଛି । ଏପରିକି ଋ=ଗମ୨ ସମୀକରଣ ଦ୍ୱାରା ଏହାକୁ ସଂଖ୍ୟାରେ ମଧ୍ୟ ପ୍ରକାଶ କରିହେବ । ଏହି ଜ୍ଞାନ ପୂର୍ବରୁ ସ୍ୱୀକୃତ ନିଉଟନ୍‌ଙ୍କର ତଥ୍ୟ “ବିଶ୍ୱ ଘନ ବସ୍ତୁ ଦ୍ୱାରା ଗଠିତ”କୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଲା । ପୁଣି ୧୯୨୦ ମସିହାରେ ନିଲ୍ ବୋର (ଘରସକ୍ଷ ଈକ୍ଟଷକ୍ସ) ଏବଂ ଅନ୍ୟ ବୈଜ୍ଞାନିକ ମାନେ କ୍ୱାଣ୍ଟମ୍ ସିଦ୍ଧାନ୍ତ (ଛଙ୍କବଦ୍ଭଗ୍ଧବଜ୍ଞ ଗ୍ଧଷରକ୍ଟକ୍ସଚ୍ଚ) ଉପସ୍ଥାପନ କରି ପଦାର୍ଥର ‘କଣିକା ଓ ତରଙ୍ଗ ରୂପକ ଦ୍ୱିବିଧ ଗୁଣ’ (ଊଙ୍କବକ୍ଷ ଚବକ୍ସଗ୍ଧସମକ୍ଷର ଙ୍ଗବଙ୍ଖର ଦ୍ଭବଗ୍ଧଙ୍କକ୍ସର କ୍ଟଲ ଜ୍ଞବଗ୍ଧଗ୍ଧରକ୍ସ) ପ୍ରତିପାଦିତ କରିଥିଲେ । ସେହିଦିନଠାରୁ ବୈଜ୍ଞାନିକମାନେ ଏକ ‘ଏକୀକୃତ କ୍ଷେତ୍ର ସିଦ୍ଧାନ୍ତ’ର ଅନ୍ୱେଷଣ କରୁଛନ୍ତି, ଯଦ୍ୱାରା ବିଶ୍ୱର ସମସ୍ତ ଶକ୍ତି ଓ ବସ୍ତୁକୁ ଗୋଟିଏ ସମନ୍ୱିତ ପ୍ରକ୍ରିୟାରେ ବୁଝିହେବ ।

୫୦୦୦ବର୍ଷ ପୂର୍ବେ, ବିଜ୍ଞାନର ବିକାଶ ହେବା ପୂର୍ବରୁ, ଶ୍ରୀକୃଷ୍ଣ ଅର୍ଜୁନଙ୍କ ସମ୍ମୁଖରେ ଯାହା ପ୍ରକାଶ କରିଥିଲେ ତାହା ଯଥାର୍ଥ ‘ଏକୀକୃତ କ୍ଷେତ୍ର ସିଦ୍ଧାନ୍ତ’ ଅଟେ । ସେ କହୁଛନ୍ତି ‘ଅର୍ଜୁନ ସୃଷ୍ଟିରେ ଯାହାକିଛି ରହିଛି, ସେସବୁ ମୋ ମାୟିକ ଶକ୍ତିର ପରିପ୍ରକାଶ ଅଟେ । ସେହି ଗୋଟିଏ ହିଁ ଶକ୍ତି ଅସଂଖ୍ୟ ରୂପ ଓ ସତ୍ତା ଭାବରେ ପ୍ରକାଶିତ ହୋଇଛି । ତୈତ୍ତିରୀୟ ଉପନିଷଦରେ ଏହାର ବିସ୍ତୃତ ବର୍ଣ୍ଣନା କରାଯାଇଅଛି ।

ତସ୍ମାଦ୍‌ବା ଏତସ୍ମାଦାତ୍ମନ ଆକାଶଃ ସମ୍ଭୁତଃ ଆକାଶାଦ୍‌ବାୟୁଃ ବାୟୋରଗ୍ନିଃ ଅଗ୍ନେରାପଃ ଅଦ୍‌ଭ୍ୟଃ ପୃଥିବୀ ପୃଥିବ୍ୟା ଔଷଧୟଃ ଔଷଧୀଭ୍ୟୋଽନ୍ନଂ ଅନ୍ନାତ୍‌ପୁରୁଷଃ ସ ବା ଏଷ ପୁରୁଷୋଽନ୍ନରସମୟଃ । (୨.୧.୨)

ମାୟିକ ଶକ୍ତିର ମୂଳ ସ୍ୱରୂପ ପ୍ରକୃତି ଅଟେ । ଭଗବାନ ଯେତେବେଳେ ସୃଷ୍ଟି ରଚନା କରିବାକୁ ଇଚ୍ଛା କରନ୍ତି, ସେ ପ୍ରକୃତି ଉପରକୁ ଦୃଷ୍ଟିପାତ କରନ୍ତି, ଯଦ୍ୱାରା ପ୍ରକୃତି ଆଲୋଡ଼ିତ ହୋଇ ‘ମହାନ’ ରୂପରେ ବିକଶିତ ହୁଏ । (ଯେହେତୁ ବିଜ୍ଞାନ ଏ ପର୍ଯ୍ୟନ୍ତ ଶକ୍ତିର ସେହି ସୂକ୍ଷ୍ମତର ସ୍ତରକୁ ସ୍ପର୍ଶ କରିପାରି ନାହିଁ, ଇଂରାଜୀ ଭାଷାରେ ଏହାର ଅନୁରୂପ ଶବ୍ଦ ନାହିଁ) । ‘ମହାନ’ ପୁନଶ୍ଚ ପ୍ରସାରିତ ହୋଇ ଅହଂକାରକୁ ପ୍ରକଟ କରିଥାଏ, ଯାହା ବିଜ୍ଞାନ ଅନ୍ତର୍ଗତ ସମସ୍ତ ତତ୍ତ୍ୱଠାରୁ ସୂକ୍ଷ୍ମତର ଅଟେ । ଅହଂକାରରୁ ‘ପଞ୍ଚ ତନ୍ମତ୍ରା’ ବା ପାଂଚ ପ୍ରକାରର ଅନୁଭୂତି, ସ୍ୱାଦ, ସ୍ପର୍ଶ, ଗନ୍ଧ, ରୂପ ଏବଂ ଶବ୍ଦର ଉତ୍ପତ୍ତି ହୁଏ । ସେମାନଙ୍କଠାରୁ ପଂଚ ମହାଭୂତ, ଆକାଶ, ବାୟୁ, ତେଜ, ଜଳ ଓ ପୃଥିବୀର ଉତ୍ପତ୍ତି ହୁଏ ।

ଏହି ଶ୍ଲୋକରେ ଶ୍ରୀକୃଷ୍ଣ କେବଳ ପଂଚ ସ୍ଥୁଳ ତତ୍ତ୍ୱକୁ ତାଙ୍କ ଶକ୍ତିର ପରିପ୍ରକାଶ ବୋଲି କହୁନାହାଁନ୍ତି, ତା ସହିତ ସେ ମନ, ବୁଦ୍ଧି ଓ ଅହଂକାରକୁ ମଧ୍ୟ ତାଙ୍କ ଶକ୍ତିର ବିଶେଷ ପ୍ରାକଟ୍ୟ ଭାବେ ବର୍ଣ୍ଣନା କରିଛନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଏହିସବୁ ତାଙ୍କର ମାୟିକ ଶକ୍ତି ମାୟାର ଅଂଶ ଅଟେ । ଏହାର ଊର୍ଦ୍ଧ୍ୱରେ ଭଗବାନଙ୍କର ଉତ୍କୃଷ୍ଟ ଜୀବ ଶକ୍ତି ରହିଛି, ଯାହାର ବର୍ଣ୍ଣନା ପରବର୍ତ୍ତୀ ଶ୍ଲୋକରେ କରାଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency