ଅନନ୍ୟଚେତାଃ ସତତଂ ଯୋ ମାଂ ସ୍ମରତି ନିତ୍ୟଶଃ ।
ତତ୍ସ୍ୟାହଂ ସୁଲଭଃ ପାର୍ଥ ନିତ୍ୟଯୁକ୍ତସ୍ୟ ଯୋଗିନଃ ।।୧୪।।

ଅନନ୍ୟ-ଚେତାଃ - ଅନନ୍ୟଭାବେ, ଏକାନ୍ତଭାବେ; ସତତଂ - ସର୍ବଦା; ଯଃ- ଯିଏ, ମାମ୍ - ମୋତେ (ଶ୍ରୀକୃଷ୍ଣ); ସ୍ମରତି - ସ୍ମରଣ କରେ; ନିତ୍ୟଶଃ - ନିୟମିତ ଭାବେ; ତସ୍ୟ- ତାଙ୍କୁ; ଅହଂ- ମୁଁ; ସୁଲଭଃ - ସହଜ ଲଭ୍ୟ; ପାର୍ଥ - ପୃଥାପୁତ୍ର ଅର୍ଜୁନ; ନିତ୍ୟ - ନିୟମିତ ରୂପେ; ଯୁକ୍ତସ୍ୟ - ଯୁକ୍ତ; ଯୋଗିନଃ - ଯେଗୀମାନଙ୍କର ।

ଅନୁବାଦ

BG 8.14: ହେ ପାର୍ଥ, ଯେଉଁ ଯୋଗୀମାନେ ଅନନ୍ୟ ଭାବରେ ମୋର ଚିନ୍ତନ କରନ୍ତି ଏବଂ ସର୍ବଦା ମୋ ଚିନ୍ତନରେ ମଗ୍ନ ରହନ୍ତି, ମୁଁ ସେମାନଙ୍କୁ ଅତି ସହଜରେ ପ୍ରାପ୍ତ ହୋଇଥାଏ ।

ଭାଷ୍ୟ

ସମ୍ପୂର୍ଣ୍ଣ ଭଗବତ୍ ଗୀତାରେ ଶ୍ରୀକୃଷ୍ଣ ଭକ୍ତି ଉପରେ ବାରମ୍ବାର ଗୁରୁତ୍ୱ ଦେଇଛନ୍ତି । ପୂର୍ବବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ନିରାକାର -ନିର୍ଗୁଣ ବ୍ରହ୍ମଙ୍କର ଉପାସନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହା କେବଳ ନୀରସ ନୁହେଁ, ଅତ୍ୟନ୍ତ କଷ୍ଟକର ମଧ୍ୟ ଅଟେ । ସୁତରାଂ, ବର୍ତ୍ତମାନ ସେ ଏକ ସହଜ ବିକଳ୍ପ ଦେଉଛନ୍ତି, ଯାହା ହେଉଛି ତାଙ୍କର ସାକାର ରୂପ ଶ୍ରୀକୃଷ୍ଣ, ଶ୍ରୀରାମ, ଶିବ, ବିଷ୍ଣୁ ଇତ୍ୟାଦିଙ୍କର ଧ୍ୟାନ । ଏଥିରେ ତାଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଏବଂ ତାଙ୍କର ପରିକର ଅନ୍ତର୍ଭୁକ୍ତ ।

ସମ୍ପୂର୍ଣ୍ଣ ଗୀତାରେ, କେବଳ ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହିଛନ୍ତି ଯେ ସେ ସହଜ-ଲବ୍ଧ ଅଟନ୍ତି । କିନ୍ତୁ ସେ ଗୋଟିଏ ଶର୍ତ୍ତ ରଖିଛନ୍ତି, ‘ଅନନ୍ୟ-ଚେତାଃ,’ ଯାହାର ଅର୍ଥ, ମନ କେବଳ ତାଙ୍କ ଏବଂ ତାଙ୍କ ଠାରେ ହିଁ ଲଗାଇବା ଉଚିତ । ଅନନ୍ୟ ଶବ୍ଦଟି ବହୁତ ଗୁରୁତ୍ୱପୂର୍ଣ୍ଣ । ଶାବ୍ଦିକ ଦୃଷ୍ଟିରୁ ଏହାର ଅର୍ଥ ହେଉଛି ‘ନ ଅନ୍ୟ’ ବା ‘ଆଉ କିଛି ନୁହେଁ’ । ମନ ଅନ୍ୟ କାହାଠାରେ ନୁହେଁ, କେବଳ ଭଗବାନଙ୍କ ଠାରେ ହିଁ ଲଗାଇବା ଉଚିତ । ଅନନ୍ୟତାର ଏହି ଶର୍ତ୍ତର ଉଲ୍ଲେଖ ଭଗବତ୍ ଗୀତାରେ ଅନେକ ସ୍ଥାନରେ କରାଯାଇଛି ।

ଅନନ୍ୟାଶ୍ଚିନ୍ତୟନ୍ତୋ ମାମ୍ ୯.୨୨
ତମେବ ଶରଣଂ ଗଚ୍ଛ - ୧୮.୬୨
ମାମେକଂ ଶରଣଂ ବ୍ରଜ - ୧୮.୬୬

ଅନ୍ୟ ଶାସ୍ତ୍ରମାନେ ମଧ୍ୟ ଅନନ୍ୟ ଭକ୍ତିକୁ ଗୁରୁତ୍ୱ ଦେଇଥାଆନ୍ତି ।

ମାଂ ଏକଂ ଏବ ଶରଣଂ ଆତ୍ମାନଂ ସର୍ବ-ଦେହିନାମ୍ (ଭାଗବତମ୍ ୧୧.୧୨.୧୫)

ଏକମାତ୍ର ମୋର ଶରଣାଗତି କର, କାରଣ ମୁଁ ସବୁ ଜୀବଙ୍କର ଆତ୍ମା ଅଟେ ।

ଏକ ଭରୋସୋ ଏକ ବଳ ଏକ ଆସ ବିଶ୍ୱାସ (ରାମାୟଣ)

ମୋର ଏକମାତ୍ର ଭରସା, ଏକମାତ୍ର ବଳ, ଏକମାତ୍ର ବିଶ୍ୱାସ ଏବଂ ଏକମାତ୍ର ଆଶ୍ରୟ ପ୍ରଭୁ ଶ୍ରୀରାମ ଅଟନ୍ତି ।

ଅନ୍ୟାଶ୍ରୟାଣାଂ ତ୍ୟାଗୋଽନନ୍ୟତା (ନାରଦ ଭକ୍ତି ଦର୍ଶନ, ସୂତ୍ର-୧୦)

ଅନ୍ୟ ସମସ୍ତ ଆଶ୍ରୟ ତ୍ୟାଗ କରି ଭଗବାନଙ୍କର ଅନନ୍ୟ ଭକ୍ତି କର ।

ଅନନ୍ୟ ଭକ୍ତିର ଅର୍ଥ, ମନକୁ କେବଳ ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଓ ପରିକରଙ୍କ ଠାରେ ହିଁ କେନ୍ଦ୍ରିତ କରିବା । ଏହି ତର୍କଟି ଅତି ସରଳ । ସାଧନାର ଉଦ୍ଦେଶ୍ୟ ଅନ୍ତଃକରଣକୁ ଶୁଦ୍ଧ କରିବା ଏବଂ ଏହା କେବଳ ଶୁଦ୍ଧ ଭଗବାନଙ୍କ ଠାରେ ମନକୁ ଲଗାଇବା ଦ୍ୱାରା ହିଁ ସମ୍ଭବ ହେବ । ଆମେ ଯଦି ମନକୁ ଭଗବାନଙ୍କ ଚିନ୍ତନରେ ଶୁଦ୍ଧ କରିବା ପରେ ପୁଣି ତାକୁ ସଂସାରରେ ବୁଡ଼ାଇ ମଇଳା କରିଦେବା, ତେବେ ଯେତେ ଚେଷ୍ଟା କଲେ ମଧ୍ୟ ଆମେ ତାକୁ ଶୁଦ୍ଧ କରିପାରିବା ନାହିଁ । ଏହି ଭୁଲ୍‌ଟି ପ୍ରାୟ ସମସ୍ତେ କରନ୍ତି । ସେମାନେ ଭଗବାନଙ୍କୁ ଭଲ ପାଆନ୍ତି ସତ, କିନ୍ତୁ ସେମାନେ ସାଂସାରିକ ବ୍ୟକ୍ତି ଏବଂ ବସ୍ତୁରେ ମଧ୍ୟ ଆସକ୍ତ ରହନ୍ତି । ଫଳତଃ ସାଧନା ଦ୍ୱାରା ଯାହାବି ଲାଭ ମିଳିଥାଏ ତାହା ସାଂସାରିକ ବନ୍ଧନ ଦ୍ୱାରା କ୍ଷୟ ହୋଇଯାଏ । ଆପଣ ଯଦି ସାବୁନ ଲଗାଇ ବସ୍ତ୍ର ସଫା କରିବା ପରେ ତା’ ଉପରେ ମଇଳା ପକାଇ ଚାଲିବେ, ତା’ହେଲେ ଆପଣଙ୍କର ସବୁ ଚେଷ୍ଟା ବ୍ୟର୍ଥ ହୋଇଯିବ । ଅତଏବ ଶ୍ରୀକୃଷ୍ଣ କହୁଛନ୍ତି, କେବଳ ଭକ୍ତି ନୁହେଁ ତାଙ୍କ ପ୍ରତି ଅନନ୍ୟ ଭକ୍ତି ଦ୍ୱାରା ହିଁ ସେ ସହଜରେ ପ୍ରାପ୍ତ ହେବେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
8. ଅକ୍ଷର ବ୍ରହ୍ମ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency