ଅଧ୍ୟାୟ 9: ରାଜବିଦ୍ୟା ଯୋଗ

ରାଜବିଦ୍ୟା ଯୋଗ

ସପ୍ତମ ଓ ଅଷ୍ଟମ ଅଧ୍ୟାୟରେ ଶ୍ରୀକୃଷ୍ଣ ସୂଚନା ଦେଇଛନ୍ତି ଯେ ସର୍ବୋଚ୍ଚ ଶ୍ରେଣୀର ଯୋଗ ପାଇଁ, ସରଳତମ ମାର୍ଗ ଭକ୍ତି ହିଁ ଅଟେ । ନବମ ଅଧ୍ୟାୟରେ ସେ ତାଙ୍କର ଅପାର ମହିମା ବର୍ଣ୍ଣନା କରୁଛନ୍ତି, ଯାହା ହୃଦୟରେ ବିସ୍ମୟ, ଶ୍ରଦ୍ଧା ଏବଂ ଭକ୍ତି ଜାଗ୍ରତ କରିଥାଏ । ଅର୍ଜୁନଙ୍କ ସମ୍ମୁଖରେ ନିଜର ସ୍ୱରୂପକୁ ପ୍ରକଟ କରିବାକୁ ଯାଇ ସେ କହୁଛନ୍ତି, ଯଦିଓ ତାଙ୍କ ସମ୍ମୁଖରେ ସେ ସାକାର ରୂପରେ ଛିଡ଼ା ହୋଇଛନ୍ତି, ତାଙ୍କର ବ୍ୟକ୍ତିତ୍ୱକୁ ସାଧାରଣ ମାନବୀୟ ମନେକରିବା ଉଚିତ ନୁହେଁ । ସେ ବର୍ଣ୍ଣନା କରୁଛନ୍ତି କିପରି ଭାବରେ ମାୟା ଶକ୍ତି ଉପରେ ଆଧିପତ୍ୟ ବିସ୍ତାର କରି ସୃଷ୍ଟିର ପ୍ରାରମ୍ଭରେ ସେ ଅସଂଖ୍ୟ ଜୀବଯୋନି ସୃଷ୍ଟି କରନ୍ତି, ପ୍ରଳୟ ସମୟରେ ସେମାନଙ୍କୁ ନିଜ ଭିତରେ ଲୀନ କରନ୍ତି ଏବଂ ପରବର୍ତ୍ତୀ ସୃଷ୍ଟି ଚକ୍ରରେ ସେମାନଙ୍କୁ ପୁନର୍ବାର ପ୍ରକଟ କରନ୍ତି । ସର୍ବତ୍ର ପ୍ରବାହିତ ହେଉଥିବା ଶକ୍ତିଶାଳୀ ବାୟୁ ଯେପରି ଆକାଶରେ ନିବାସ କରିଥାଏ, ସେହିପରି ସମସ୍ତ ପ୍ରାଣୀ ତାଙ୍କଠାରେ ନିବାସ କରନ୍ତି । ତଥାପି ସେ ତାଙ୍କର ଦିବ୍ୟ ଯୋଗମାୟା ଶକ୍ତି ବଳରେ, ଜଣେ ନିରପେକ୍ଷ ସାକ୍ଷୀ ଭାବରେ ସମସ୍ତ କ୍ରିୟାଠାରୁ ସର୍ବଦା ନିର୍ଲିପ୍ତ ଏବଂ ନିରାସକ୍ତ ରହନ୍ତି ।

ହିନ୍ଦୁ ଧର୍ମର ଅନେକ ଉପାସ୍ୟ ସମ୍ବନ୍ଧୀୟ ଦ୍ୱନ୍ଦର ସମାଧାନ କରିବାକୁ ଯାଇ ସେ କହୁଛନ୍ତି, ଜଣେ ଭଗବାନ ହିଁ ସମସ୍ତ ଉପାସନାର ଏକମାତ୍ର ଲକ୍ଷ୍ୟ ଅଟନ୍ତି । ସେ ହିଁ ସମସ୍ତ ପ୍ରାଣୀଙ୍କର ଲକ୍ଷ୍ୟ, ଆଧାର, ଆଶ୍ରୟ ଏବଂ ପରମ ମିତ୍ର ଅଟନ୍ତି । ଯେଉଁମାନେ ବୈଦିକ ରୀତିରେ ପୂଜାର୍ଚ୍ଚନା କରିବାକୁ ଆଗ୍ରହୀ, ସେମାନେ ସ୍ୱର୍ଗପ୍ରାପ୍ତି କରନ୍ତି ଏବଂ ପୁଣ୍ୟ ସମାପ୍ତ ହୋଇଯିବା ପରେ ପୁନର୍ବାର ପୃଥିବୀକୁ ଫେରିଆସନ୍ତି । କିନ୍ତୁ ଯେଉଁମାନେ ଭଗବାନଙ୍କର ଅନନ୍ୟ ଭକ୍ତି କରନ୍ତି ସେମାନେ ତାଙ୍କର ଦିବ୍ୟ ଲୋକକୁ ଯାଆନ୍ତି । ଏହିପରି ଭାବରେ ଶ୍ରୀକୃଷ୍ଣ ତାଙ୍କ ପ୍ରତି ଉଦ୍ଦିଷ୍ଟ ବିଶୁଦ୍ଧ ଭକ୍ତିର ଶ୍ରେଷ୍ଠତା ପ୍ରତିପାଦନ କରୁଛନ୍ତି । ଏପରି ଭକ୍ତିରେ ଆମେ ଭଗବାନଙ୍କ ଇଚ୍ଛାରେ ଇଚ୍ଛା ରଖିବା ଉଚିତ; ଆମର ସବୁକିଛି ତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବା ଏବଂ ସମସ୍ତ କର୍ମ ତାଙ୍କ ପାଇଁ ହିଁ କରିବା ଉଚିତ । ଏହିପରି ଶୁଦ୍ଧ ଭକ୍ତି ଦ୍ୱାରା ଆମେ କର୍ମ ବନ୍ଧନରୁ ମୁକ୍ତ ହେବା ସହିତ ଭଗବାନଙ୍କ ସହିତ ମିଳିତ ହେବାର ଲକ୍ଷ୍ୟ ପ୍ରାପ୍ତ କରିବା ।

ପୁନଶ୍ଚ ଶ୍ରୀକୃଷ୍ଣ ସୂଚିତ କରୁଛନ୍ତି ଯେ, ସେ କାହାର ସହାୟତା କରନ୍ତି ନାହିଁ କି କାହାର ଉପେକ୍ଷା କରନ୍ତି ନାହିଁ- ସେ ନିରପେକ୍ଷ ଅଟନ୍ତି । ଏମିତି କି ଘୋର ପାପାତ୍ମା ବି ଯଦି ତାଙ୍କ ଶରଣାପନ୍ନ ହୁଏ, ସେ ତାକୁ ଆନନ୍ଦର ସହିତ ଗ୍ରହଣ କରି ଅବିଳମ୍ବେ ତାକୁ ପବିତ୍ର ଏବଂ ଶୁଦ୍ଧ କରିଦିଅନ୍ତି । ସେ ପ୍ରତିଜ୍ଞା କରୁଛନ୍ତି ଯେ ତାଙ୍କ ଭକ୍ତର ପତନ ହେବ ନାହିଁ । ଭକ୍ତ ହୃଦୟରେ ରହି, ସେ ତାଙ୍କ ପାଖରେ ଯାହା ନାହିଁ ତାହା ପ୍ରଦାନ କରନ୍ତି ଏବଂ ଯାହା ଅଛି ତା’ର ରକ୍ଷା କରନ୍ତି । ଅତଏବ, ଆମେ ସର୍ବଦା ଭଗବାନଙ୍କର ଚିନ୍ତନ କରିବା, ତାଙ୍କର ଉପାସନା କରିବା, ଶରୀର ଓ ମନକୁ ତାଙ୍କଠାରେ ଅର୍ପଣ କରିବା ଏବଂ ତାଙ୍କୁ ଆମ ଜୀବନର ଚରମ ଲକ୍ଷ୍ୟ ଭାବରେ ଗ୍ରହଣ କରିବା ଉଚିତ ।

ଭଗବଦ୍ ଗୀତା 9.1 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭଗବାନ କହିଲେ: ହେ ଅର୍ଜୁନ, ଯେହେତୁ ତୁମେ ମୋ ପ୍ରତି ଈର୍ଷା ପରାୟଣ ନୁହଁ, ବର୍ତ୍ତମାନ ମୁଁ ତୁମକୁ ଏହି ଅତ୍ୟନ୍ତ ଗୁପ୍ତ ଜ୍ଞାନ ପ୍ରଦାନ କରିବି, ଯାହା ଜାଣିବା ପରେ ତୁମେ ମାୟିକ ସଂସାରର ଦୁଃଖରୁ ମୁକ୍ତ ହୋଇଯିବ ।

ଭଗବଦ୍ ଗୀତା 9.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହି ଜ୍ଞାନ ରାଜ ବିଦ୍ୟା ଅଟେ ଏବଂ ସମସ୍ତ ବିଦ୍ୟା ମଧ୍ୟରେ ଗୁହ୍ୟତମ ଅଟେ । ଏହା ଶ୍ରବଣ କରିବା ବ୍ୟକ୍ତିଙ୍କୁ ଶୁଦ୍ଧ କରାଏ । ଏହା ପ୍ରତ୍ୟକ୍ଷ ଭାବେ ଅନୁଭବ ଯୋଗ୍ୟ, ଧର୍ମ ସମ୍ମତ, ଆଚରଣ କରିବାରେ ସହଜ ଏବଂ ସ୍ଥାୟୀ ପ୍ରଭାବ ଯୁକ୍ତ ଅଟେ ।

ଭଗବଦ୍ ଗୀତା 9.3 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଶତ୍ରୁଜୟୀ! ଯେଉଁମାନଙ୍କର ଏହି ଧର୍ମରେ ଶ୍ରଦ୍ଧା ନାହିଁ, ସେମାନେ ମୋତେ ପ୍ରାପ୍ତ କରି ପାରନ୍ତି ନାହିଁ । ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ବାରମ୍ବାର ଏହି ସଂସାରକୁ ଫେରିଆସନ୍ତି ।

ଭଗବଦ୍ ଗୀତା 9.4 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମସ୍ତ ଭୌତିକ ପରିପ୍ରକାଶରେ ମୁଁ ଅବ୍ୟକ୍ତ ରୂପରେ ବ୍ୟାପ୍ତ ଅଛି । ସମସ୍ତ ଜୀବ ମୋ ଠାରେ ନିବାସ କରନ୍ତି, ମୁଁ ତାଙ୍କ ଠାରେ ନିବାସ କରେ ନାହିଁ ।

ଭଗବଦ୍ ଗୀତା 9.5 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତଥାପି ସମସ୍ତ ଜୀବ ମୋ ଭିତରେ ନ ଥା’ନ୍ତି । ମୋର ଦିବ୍ୟ ଶକ୍ତିର ରହସ୍ୟକୁ ଦେଖ! ସମସ୍ତ ଜୀବଙ୍କର ସୃଷ୍ଟିକର୍ତ୍ତା ଓ ପାଳନ କର୍ତ୍ତା ହୋଇ ମଧ୍ୟ ମୁଁ ସେମାନଙ୍କ ଦ୍ୱାରା ଅଥବା ମାୟିକ ସୃଷ୍ଟି ଦ୍ୱାରା ପ୍ରଭାବିତ ହୁଏ ନାହିଁ ।

ଭଗବଦ୍ ଗୀତା 9.6 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ପ୍ରବଳ ପରାକ୍ରମୀ ବାୟୁ ସର୍ବତ୍ର ପ୍ରବାହିତ ହୋଇ ମଧ୍ୟ ଯେପରି ଆକାଶରେ ସ୍ଥିତ ରହିଥାଏ, ସେହିପରି ଜୀବସମୁଦାୟ ମୋ ଠାରେ ସ୍ଥିତ ଅଟନ୍ତି ।

ଭଗବଦ୍ ଗୀତା 9.7 - 9.8 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କଳ୍ପର ଅନ୍ତରେ, ସମସ୍ତ ପ୍ରାଣୀ ମୋର ଅନାଦି ମାୟାଶକ୍ତିରେ ଲୀନ ହୋଇଯାଆନ୍ତି । ହେ କୁନ୍ତି ପୁତ୍ର! ପରବର୍ତ୍ତୀ ସୃଷ୍ଟିର ପ୍ରାରମ୍ଭରେ ମୁଁ ପୁଣି ସେମାନଙ୍କୁ ପ୍ରକଟିତ କରିଥାଏ । ମାୟାଶକ୍ତିର ଅଧ୍ୟକ୍ଷ ଭାବରେ, ସେମାନଙ୍କର ପ୍ରକୃତିଗତ ଗୁଣ ଅନୁଯାୟୀ ମୁଁ ଅସଂଖ୍ୟ ପ୍ରକାରର ପ୍ରାଣୀ ସୃଷ୍ଟି କରେ ।

ଭଗବଦ୍ ଗୀତା 9.9 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଧନଞ୍ଜୟ! ଏହି କର୍ମ ଗୁଡ଼ିକ ମୋତେ ବାନ୍ଧି ପାରନ୍ତି ନାହିଁ । ମୁଁ ଏକ ନିରପେକ୍ଷ ଦ୍ରଷ୍ଟା ଭାବରେ ସେହି ସମସ୍ତ କର୍ମରୁ ସର୍ବଦା ମୁକ୍ତ ରହିଥାଏ ।

ଭଗବଦ୍ ଗୀତା 9.10 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୁନ୍ତି ପୁତ୍ର! ମୋର ନିର୍ଦ୍ଦେଶରେ କାର୍ଯ୍ୟକରି, ମାୟାଶକ୍ତି ସମସ୍ତ ସଜୀବ ଏବଂ ନିର୍ଜୀବ ରୂପର ସଂରଚନା କରେ । ଏହି କାରଣରୁ ଭୌତିକ ଜଗତରେ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥାଏ (ସୃଷ୍ଟି, ସ୍ଥିତି ଓ ବିଲୟ) ।

ଭଗବଦ୍ ଗୀତା 9.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ଯେତେବେଳେ ସାକାର ରୂପରେ ଅବତୀର୍ଣ୍ଣ ହୁଏ, ଅଜ୍ଞାନୀମାନେ ମୋତେ ଚିହ୍ନିପାରନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କର ଅଧିଶ୍ୱର ଭାବେ ମୋର ଦିବ୍ୟ ସ୍ୱରୂପକୁ ସେମାନେ ଜାଣି ପାରନ୍ତି ନାହିଁ ।

ଭଗବଦ୍ ଗୀତା 9.12 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏପରି ମନୁଷ୍ୟମାନେ, ମାୟାଶକ୍ତି ଦ୍ୱାରା ମୋହିତ ହୋଇ, ରାକ୍ଷସ ଓ ନାସ୍ତିକ ସ୍ୱଭାବ ଯୁକ୍ତ ହୋଇଯାଆନ୍ତି । ସେହି ବିମୋହିତ ଅବସ୍ଥାରେ ତାଙ୍କର କଲ୍ୟାଣର ଆଶା ବ୍ୟର୍ଥ ହୁଏ, ତାଙ୍କର ସବୁକର୍ମ ନଷ୍ଟ ହୋଇଯାଏ ଏବଂ ତାଙ୍କର ଜ୍ଞାନ ପ୍ରାପ୍ତି ପାଇଁ ପ୍ରୟାସ ଭ୍ରମିତ ହୋଇଯାଏ ।

ଭଗବଦ୍ ଗୀତା 9.13 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପାର୍ଥ ! ଯେଉଁ ମହାତ୍ମାମାନେ ମୋର ଦୈବୀଶକ୍ତିର ଶରଣାପନ୍ନ ହୋଇଥାଆନ୍ତି, ସେମାନେ ମୋତେ ସମଗ୍ର ସୃଷ୍ଟିର ଆଦିକାରଣ, ଶ୍ରୀକୃଷ୍ଣ ରୂପରେ ଜାଣନ୍ତି । ସେମାନେ ଅନନ୍ୟ ଭାବରେ ମୋର ଭକ୍ତିରେ ନିମଗ୍ନ ରହନ୍ତି ।

ଭଗବଦ୍ ଗୀତା 9.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସର୍ବଦା ମୋର ଦିବ୍ୟ ଯଶ ଗାନ କରି, ଅତ୍ୟନ୍ତ ଦୃଢ଼ ବିଶ୍ୱାସର ସହିତ ବିନମ୍ର ଭାବରେ ନତମସ୍ତକ ହୋଇ, ସେମାନେ ପ୍ରେମମୟ ଭକ୍ତିରେ ନିରନ୍ତର ମୋର ଉପାସନା କରନ୍ତି ।

ଭଗବଦ୍ ଗୀତା 9.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ଜ୍ଞାନ ଯଜ୍ଞ କରନ୍ତି, ସେମାନେ ମୋର ଉପାସନା ବିଭିନ୍ନ ଭାବରେ କରନ୍ତି । କେତେଜଣ ଅଦ୍ୱୈତ ରୂପରେ ଅର୍ଥାତ ମୋତେ ସେମାନଙ୍କ ଠାରୁ ଅଭିନ୍ନ ଏବଂ ଆଉ କେତେଜଣ ମୋତେ ସେମାନଙ୍କ ଠାରୁ ପୃଥକ ମନେ କରିଥାଆନ୍ତି । ଅନ୍ୟ କେତେଜଣ ମୋର ସର୍ବବ୍ୟାପୀ ବିଶ୍ୱରୂପର ଉପାସନା କରିଥାଆନ୍ତି ।

ଭଗବଦ୍ ଗୀତା 9.16 - 9.17 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ହିଁ ସମସ୍ତ ବୈଦିକ କର୍ମ ଅଟେ, ମୁଁ ହିଁ ଯଜ୍ଞ, ମୁଁ ପିତୃପୁରୁଷଙ୍କୁ ଅର୍ପଣ କରାଯାଉଥିବା ଦ୍ରବ୍ୟ ଅଟେ । ମୁଁ ହିଁ ଔଷଧୀୟ ବୃକ୍ଷ ଏବଂ ମୁଁ ବେଦର ମନ୍ତ୍ର ଅଟେ । ମୁଁ ହିଁ ବିଶୁଦ୍ଧ ଘୃତ, ମୁଁ ହିଁ ଅଗ୍ନି ଏବଂ ମୁଁ ହିଁ ଯଜ୍ଞ ବିଧି ଅଟେ । ଏହି ବିଶ୍ୱର ମୁଁ ହିଁ ପିତା, ମୁଁ ହିଁ ମାତା, ମୁଁଁ ହିଁ ପାଳନ କର୍ତ୍ତା ଏବଂ ପିତାମହ ଅଟେ । ମୁଁ ଶୁଦ୍ଧକାରୀ, ମୁଁ ସମସ୍ତ ଜ୍ଞାନର ଲକ୍ଷ୍ୟ ଏବଂ ପବିତ୍ର ଓଁ କାର ଧ୍ୱନି ଅଟେ । ମୁଁ ହିଁ ଋକ୍‌ବେଦ, ଶାମ ବେଦ ଓ ଯଜୁର୍ବେଦ ଅଟେ ।

ଭଗବଦ୍ ଗୀତା 9.18 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଜୀବର ଅନ୍ତିମ ଲକ୍ଷ୍ୟ ମୁଁ ଅଟେ । ମୁଁ ତା’ର ପାଳନ କର୍ତ୍ତା, ପ୍ରଭୁ, ସାକ୍ଷୀ, ନିବାସ, ଆଶ୍ରୟ ଏବଂ ସଖା ମଧ୍ୟ ଅଟେ । ମୁଁ ହିଁ ସୃଷ୍ଟିର ଆରମ୍ଭ, ଅନ୍ତ ଏବଂ ସ୍ଥିତି ଅଟେ । ମୁଁ ହିଁ ଚିରନ୍ତନ ବୀଜ ଏବଂ ତା’ର ଭଣ୍ଡାର ଅଟେ ।

ଭଗବଦ୍ ଗୀତା 9.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ, ସୂର୍ଯ୍ୟ ରୂପରେ ମୁଁ ଉତ୍ତାପ ବିକିରଣ କରେ; ବୃଷ୍ଟି କରାଏ ଏବଂ ବନ୍ଦ କରାଏ । ମୁଁ ଅମରତ୍ୱ ତଥା ମୃତ୍ୟୁର ମୂର୍ତ୍ତିମନ୍ତ ସ୍ୱରୂପ ଅଟେ । ମୁଁ ଉଭୟ ସଜୀବ ଏବଂ ନିର୍ଜୀବ ବସ୍ତୁ ଅଟେ ।

ଭଗବଦ୍ ଗୀତା 9.20 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ବେଦବର୍ଣ୍ଣିତ ଫଳଯୁକ୍ତ କର୍ମପ୍ରତି ଆଗ୍ରହୀ, ସେମାନେ କର୍ମକାଣ୍ଡ ଭିତ୍ତିକ ଯଜ୍ଞାଦିକ ଦ୍ୱାରା ମୋର ପୂଜା କରନ୍ତି । ସେମାନେ ଯଜ୍ଞର ଅବଶିଷ୍ଟାଂଶ ସୋମରସକୁ ପ୍ରସାଦ ରୂପେ ପାନକରି ପାପମୁକ୍ତ ହୋଇ ସ୍ୱର୍ଗଲୋକ ପ୍ରାପ୍ତି ପାଇଁ କାମନା କରନ୍ତି । ତାଙ୍କର ଏହି ପୁଣ୍ୟ କର୍ମର ଫଳ ସ୍ୱରୂପ, ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକକୁ ଯାଆନ୍ତି ଏବଂ ସ୍ୱର୍ଗର ଦେବତା ମାନଙ୍କ ସୁଖ ଭୋଗ କରନ୍ତି ।

ଭଗବଦ୍ ଗୀତା 9.21 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସ୍ୱର୍ଗର ଅପରିମିତ ସୁଖ ଭୋଗ କରି ସେମାନଙ୍କର ଗଚ୍ଛିତ ପୁଣ୍ୟ ଯେତେବେଳେ ହ୍ରାସ ପାଇଥାଏ, ସେମାନେ ପୁନର୍ବାର ପୃଥିବୀ ଲୋକକୁ ଫେରି ଆସନ୍ତି । ସୁତରାଂ ଯେଉଁମାନେ ବୈଦିକ କର୍ମକାଣ୍ଡ ଅନୁଷ୍ଠାନ କରି, ଭୋଗ୍ୟବସ୍ତୁର କାମନା କରିଥାଆନ୍ତି, ସେମାନେ ବାରମ୍ବାର ପୃଥିବୀ ଲୋକକୁ ଯିବା ଆସିବା କରିଥାଆନ୍ତି ।

ଭଗବଦ୍ ଗୀତା 9.22 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ସର୍ବଦା, ଅନନ୍ୟ ଭକ୍ତି ଯୁକ୍ତ ହୋଇ ମୋର ଧ୍ୟାନରେ ନିମଗ୍ନ ରୁହନ୍ତି, ଯାହାର ମନ ସର୍ବଦା ମୋ ଚିନ୍ତନରେ ବୁଡ଼ି ରହିଥାଏ, ମୁଁ ସେମାନଙ୍କ ପାଖରେ ଯାହା ନ ଥାଏ, ତାହା ପ୍ରଦାନ କରେ ଏବଂ ଯାହା ଥାଏ, ତାର ରକ୍ଷା କରେ ।

ଭଗବଦ୍ ଗୀତା 9.23 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୁନ୍ତି ପୁତ୍ର! ଯେଉଁମାନେ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଅନ୍ୟ ଦେବତା ମାନଙ୍କର ଉପାସନା କରନ୍ତି, ସେମାନେ ମଧ୍ୟ ମୋର ହିଁ ଉପାସନା କରନ୍ତି । କିନ୍ତୁ, ଏହା ସେମାନେ ଅବିଧି ପୂର୍ବକ କରିଥାଆନ୍ତି ।

ଭଗବଦ୍ ଗୀତା 9.24 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ହିଁ ସମସ୍ତ ଯଜ୍ଞର ଅଧିଷ୍ଠାତା ଏବଂ ଉପଭୋକ୍ତା ଅଟେ । କିନ୍ତୁ ଯେଉଁମାନେ ମୋର ଦିବ୍ୟ ସ୍ୱରୂପକୁ ଜାଣନ୍ତି ନାହିଁ, ସେମାନେ ପୁନର୍ଜନ୍ମକୁ୍ମ ପ୍ରାପ୍ତ ହୁଅନ୍ତି ।

ଭଗବଦ୍ ଗୀତା 9.25 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରୁଥିବା ବ୍ୟକ୍ତି, ସ୍ୱର୍ଗର ଦେବତା ମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ପିତୃ ପୁରୁଷଙ୍କୁ ପୂଜା କରୁଥିବା ବ୍ୟକ୍ତି ପିତୃଲୋକକୁ ଯାଆନ୍ତି । ଭୂତ ପ୍ରେତଙ୍କୁ ପୂଜା କରୁଥିବା ବ୍ୟକ୍ତି ସେହିମାନଙ୍କ ଗହଣରେ ଜନ୍ମ ନିଅନ୍ତି । କେବଳ ମୋର ଭକ୍ତମାନେ ମୋ ପାଖକୁ ଆସନ୍ତି ।

ଭଗବଦ୍ ଗୀତା 9.26 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୋର ଭକ୍ତ ଯଦି ଶୁଦ୍ଧ ହୃଦୟ ଓ ଭକ୍ତି ସହକାରେ, ମୋତେ କେବଳ ଗୋଟିଏ ପତ୍ର, ଗୋଟିଏ ପୁଷ୍ପ ଏମିତିକି କେବଳ ଜଳ ଅର୍ପଣ କରେ, ତେବେ ମୁଁ ତାହାକୁ ସହର୍ଷ ସ୍ୱୀକାର କରିଥାଏ ।

ଭଗବଦ୍ ଗୀତା 9.27 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୁନ୍ତିପୁତ୍ର! ତୁମେ ଯାହା ବି କରୁଛ, ଯାହା ବି ଖାଉଛ, ଯାହା ବି ଯଜ୍ଞରେ ଆହୁତି ଦେଉଛ, ଯେଉଁ ତପସ୍ୟା କରୁଛ, ସେ ସବୁକୁ ମୋତେ ଅର୍ପଣ କରି କର ।

ଭଗବଦ୍ ଗୀତା 9.28 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତୁମର ସମସ୍ତ କର୍ମକୁ ମୋତେ ସମର୍ପଣ କରି, ତୁମେ ଉଭୟ ଶୁଭାଶୁଭ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ । ତ୍ୟାଗଯୁକ୍ତ ମନକୁ ମୋ ଠାରେ ଆସକ୍ତ କରି, ତୁମେ ମୁକ୍ତ ହୋଇଯିବ ଏବଂ ମୋତେ ପ୍ରାପ୍ତ କରିବ ।

ଭଗବଦ୍ ଗୀତା 9.29 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମସ୍ତ ପ୍ରାଣୀଙ୍କ ପ୍ରତି ମୁଁ ସମଦୃଷ୍ଟି ପୋଷଣ କରେ । ମୁଁ କାହାପ୍ରତି ଦ୍ୱେଷ କରେନାହିଁ କି ପକ୍ଷପାତ କରେ ନାହିଁ । କିନ୍ତୁ ଯେଉଁ ଭକ୍ତମାନେ ପ୍ରେମଯୁକ୍ତ ହୋଇ ମୋର ଉପାସନା କରନ୍ତି, ସେମାନେ ମୋ ଠାରେ ନିବାସ କରନ୍ତି ଏବଂ ମୁଁ ତାଙ୍କଠାରେ ନିବାସ କରେ ।

ଭଗବଦ୍ ଗୀତା 9.30 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯଦି ଜଣେ ଅତ୍ୟନ୍ତ ଦୁରାଚାରୀ ବ୍ୟକ୍ତି ଅନନ୍ୟ ଭକ୍ତି ସହକାରେ ମୋର ପୂଜା କରନ୍ତି, ତେବେ ତାଙ୍କୁ ଧାର୍ମିକ ବ୍ୟକ୍ତି ଭାବେ ଗଣନା କରାଯିବ, କାରଣ ସେମାନେ ସଠିକ୍ ନିଷ୍ପତ୍ତି ନେଇଥାନ୍ତି ।

ଭଗବଦ୍ ଗୀତା 9.31 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସେମାନେ ଖୁବ୍‌ଶୀଘ୍ର ଧର୍ମାତ୍ମା ହୋଇଯାଆନ୍ତି ଏବଂ ଚିର ଶାନ୍ତି ଲାଭ କରିଥାଆନ୍ତି । ହେ କୁନ୍ତି ପୁତ୍ର! ଏହା ଘୋଷଣା କର ଯେ ମୋ ଭକ୍ତର କେବେ ବି ପତନ ହେବ ନାହିଁ ।

ଭଗବଦ୍ ଗୀତା 9.32 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ମୋର ଆଶ୍ରିତ ହୁଅନ୍ତି, ତାଙ୍କର ଜନ୍ମ, କୁଳ, ଲିଙ୍ଗ ବା ଜାତି ଯାହା ହେଇଥାଉନା କାହିଁକି, ଏପରିକି ସମାଜର ନିନ୍ଦିତ ଶ୍ରେଣୀର ବ୍ୟକ୍ତି ମଧ୍ୟ ପରମ ଚରମ ଲକ୍ଷ୍ୟ ପ୍ରାପ୍ତି କରିଥାଆନ୍ତି ।

ଭଗବଦ୍ ଗୀତା 9.33 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସେ କ୍ଷେତ୍ରରେ, ପୁଣ୍ୟବନ୍ତ ରାଜା ଏବଂ ସନ୍ଥମାନଙ୍କ ବିଷୟରେ କ’ଣ ବା କୁହାଯିବ? ସୁତରାଂ, ଏହି ଅନିତ୍ୟ ଓ ସୁଖରହିତ ସଂସାରକୁ ଆସି, ମୋର ଭକ୍ତି କର ।

ଭଗବଦ୍ ଗୀତା 9.34 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସର୍ବଦା ମୋତେ ସ୍ମରଣ କର, ମୋର ଭକ୍ତି କର, ମୋତେ ପୂଜା କର ଏବଂ ମୋତେ ପ୍ରଣାମ କର । ତୁମର ମନ ଏବଂ ଶରୀରକୁ ମୋତେ ସମର୍ମଣ କଲେ, ନିଶ୍ଚିତ ଭାବେ ମୋର ସାମିପ୍ୟ ଲାଭ କରିବ ।
Swami Mukundananda
9. ରାଜବିଦ୍ୟା ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency